This book is for CHSE Odisha 2nd-year Arts students. It covers Logic in the Odia language. The book explains important topics in a simple way. 

It helps students understand reasoning and critical thinking. There are many examples and exercises for practice. This book follows the CHSE Odisha syllabus.

Students can use this book for exams and self-study. It is useful for learning logic easily. You can download the PDF and study anytime.

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମାଧ୍ୟମିକ ଶିକ୍ଷା ସ୍ତରରେ ପଢ଼ାଯାଉଥୁବା ତର୍କଶାସ୍ତ୍ରର ବିଷୟବସ୍ତୁରେ କେତେକ ଦରକାରୀ ପରିବର୍ତ୍ତନ କରିବା ପରିପ୍ରେକ୍ଷୀରେ ସେଥିପାଇଁ ଆବଶ୍ୟକ ପୁସ୍ତକ ରଚନା କରିବାକୁ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଆମ ଉପରେ ଦାୟିତ୍ୱ ନ୍ୟସ୍ତ କରିଥୁଲେ । 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟକ୍ରମ ଅନୁଯାୟୀ ଏହି ସଂସ୍କରଣରେ ତର୍କଶାସ୍ତ୍ର ସହିତ ଭାରତୀୟ ଦର୍ଶନ ଓ ନୀତିଶାସ୍ତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି ।  ତର୍କଶାସ୍ତ୍ର ଏକ ମୌଳିକ ବିଷୟ । ଏହାର ଅଧ୍ୟୟନ ଦ୍ଵାରା ବିଚାରଶୀଳ ଓ ଯୁକ୍ତିଶୀଳ ଦୃଷ୍ଟିଭଙ୍ଗୀ ବିକାଶ ହୋଇଥାଏ । 

ତର୍କଶାସ୍ତ୍ରକୁ ଏକ ବିଷୟ ଭାବେ ନେଇ ଅଧ୍ୟୟନ କରୁଥୁବା ଛାତ୍ରଛାତ୍ରୀ ତଥା ସାଧାରଣ ପାଠକମାନେ ମଧ୍ୟ ଏହି ବିଷୟଟିକୁ ଅଧ୍ୟୟନ କରିବା ଦ୍ଵାରା ମୌଳିକ ଚିନ୍ତନ ପାଇଁ ପ୍ରେରଣା ଲାଭ କରିଥାନ୍ତି । 

ଜ୍ଞାନର ଯେକୌଣସି ବିଭାଗରେ ଚିନ୍ତନର ମୌଳିକ ନିୟମ ଓ ପ୍ରଣାଳୀ ସମୂହର ପ୍ରୟୋଗ ହୋଇଥାଏ । ପ୍ରତ୍ୟେକ ବୌଦ୍ଧିକ ସ୍ତରରେ ଅନୁମାନ, ସିଦ୍ଧାନ୍ତ ଓ ସାମାନ୍ୟୀକରଣ କରିବା ଦ୍ଵାରା ଚିନ୍ତନ- ପଦ୍ଧତିର ପ୍ରୟୋଗ ହୁଏ । 

ସେହି ପଦ୍ଧତି ସକଳର ସୈଦ୍ଧାନ୍ତିକ ବିଶ୍ଳେଷଣ ତର୍କଶାସ୍ତ୍ରରେ କରାଯାଏ । ସୁତରାଂ ଯେକୌଣସି ଅଧ୍ୟୟନ ପାଇଁ ତର୍କଶାସ୍ତ୍ର ଭୂମିକା ରହିଥାଏ । ବସ୍ତୁତଃ ତର୍କଶାସ୍ତ୍ର ଅଧ୍ୟୟନ କରୁଥୁବା ଛାତ୍ରଛାତ୍ରୀ କିମ୍ବା ତର୍କଶାସ୍ତ୍ର ପ୍ରତି ଆଗ୍ରହୀ ଯେ କୌଣସି ପାଠକଙ୍କ ପାଇଁ ଏହି ପୁସ୍ତକ ପ୍ରାଥମିକ ସ୍ତରରେ ଉପଯୋଗୀ ହେବ ବୋଲି ଆମେ ବିଶ୍ଵାସ କରୁଛୁ ।